¡Sorpréndeme!

ସଡକ ସୁରକ୍ଷା ସପ୍ତାହରେ ନୟାଗଡ ରାଜରାସ୍ତାରେ ଯମପୁର ର ଯମରାଜ l

2025-01-08 0 Dailymotion

ନୟାଗଡ଼: ଯମରାଜଙ୍କ ବିକଟାଳ ହସରେ କମ୍ପୁଛି ନୟାଗଡ଼ ସହର । ରାଜରାସ୍ତାରେ ବୁଲିବୁଲି ଲୋକଙ୍କୁ କରୁଛନ୍ତି ସଚେତନ । ସଡ଼କ ସୁରକ୍ଷା ସପ୍ତାହରେ ସଚେତନାର ବାର୍ତ୍ତା ଦେଉଛନ୍ତି ଯମରାଜ ଏବଂ ଚିତ୍ରଗୁପ୍ତ । ସଡ଼କ ସୁରକ୍ଷା ସପ୍ତାହରେ ଅବସରରେ ଜନସାଧାରଙ୍କୁ ସଚେତନ କରାଇବା ପାଇଁ ନୟାଗଡ଼ ପୋଲିସ ପ୍ରଶାସନର ଅଭିନବ ପ୍ରୟାସ l ହେଲମେଟ ପିନ୍ଧିଥିବା ବ୍ୟକ୍ତିମାନଙ୍କୁ ଗୋଲାପ ଫୁଲ ଦେବା ସହିତ ଯାହାପାଖରେ ହେଲମେଟ ନାହିଁ ସେମାନଙ୍କୁ ନୂଆ ହେଲମେଟ ପ୍ରଦାନ କରିଛି ନୟାଗଡ଼ ପୋଲିସ । ସହରର ପୁରୁଣା ବସଷ୍ଟାଣ୍ଡଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ନୟାଗଡ଼ ପୋଲିସ, ପରିବହନ ବିଭାଗ, ସିଭିଲି ସୋସାଇଟି ଓ ବସ୍ ମାଲିକ ସଂଘ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ପାଳନ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ ଯୋଗ ଦେଇ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଯେଉଁମାନେ ହେଲମେଟ୍ ପିନ୍ଧିନଥିଲେ ସେମାନଙ୍କୁ ସତର୍କ କରାଯିବା ସହ ହେଲମେଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯିବା ସହ ଟ୍ରାଫିକ୍ ନିୟମ ମାନିିବା ଏବଂ ହେଲମେଟ ପିନ୍ଧିବା ପାଇଁ ସଚେତନ କରିଥିଲେ ଯମରାଜ । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ୍ ନପିନ୍ଧିବା, ବାଇକରେ ତିନି ଜଣ ବସି ଯିବା ବ୍ୟକ୍ତିମାନଙ୍କୁ ସଚେତନା କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ...ଜାତୀୟ ସଡ଼କ ସୁରକ୍ଷା ସପ୍ତାହ, ନିମାପଡ଼ାରେ ସଚେତନତା ବାର୍ତ୍ତା ବାଣ୍ଟିଲା ସ୍ବେଚ୍ଛାସେବୀ ସଂଗଠନ - ନୟା ସବେରା ୟୁଥ୍ ଟ୍ରଷ୍ଟ ନିମାପଡ଼ା

 ଏହା ମଧ୍ୟ ପଢନ୍ତୁ...ଶିଶୁ ସୈନିକଙ୍କ ସଚେତନତା, 'ସଡ଼କ ସୁରକ୍ଷା ପରିବାର ରକ୍ଷା'ର ଦେଲେ ବାର୍ତ୍ତା - Road Safety 

ଇଟିଭି ଭାରତ, ନୟାଗଡ଼ 

road safety awareness programme organized by nayagarh police