¡Sorpréndeme!

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ

2025-01-06 0 Dailymotion

Intro:ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋ ର ରୂପା ଶଙ୍ଖ ଦାନ କଲେ ଭକ୍ତBody:ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ କଲେ ଭକ୍ତ। ସମ୍ବଲପୁରର ଜଣେ ଭକ୍ତ ନଳିନୀ ପ୍ରଭା ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ରୂପା ଶଙ୍ଖ ଦାନ କରିଛନ୍ତି। ତେବେ ଏହି ରୂପା ଶଙ୍ଖଟିର ଓଜନ ଏକ କିଲୋ ୬୧୯ ଗ୍ରାମ୍ ରହିଛି। କୌଣସି ମାନସିକ ନଥିଲେ ମଧ୍ୟ ରୂପା ଶଙ୍ଖ ଦାନ କରିବା ପାଇଁ ନଳିନୀ ପ୍ରଭା ଆଶା ରଖିଥିଲେ। ତାଙ୍କର ଏହି ଆଶା ପୂରଣ ହୋଇଥିବାରୁ ନଳିନୀ ପ୍ରଭା ଓ ତାଙ୍କ ପରିବାର ସଦସ୍ୟ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସୁନାବେଶ ଅବସରରେ ମହାପ୍ରଭୁ ବାମ ହସ୍ତରେ ଶଙ୍ଖ ଧାରଣ କରିଥାନ୍ତି। ଏଣୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ଭକ୍ତ ଜଣକ ଏହି ଶଙ୍ଖ ଦାନ କରିଥିବାବେଳେ ଦଇତାପତି ସେବାୟତ ଏହାକୁ ସ୍ବାଗତ କରିଛନ୍ତି। ଭକ୍ତମାନେ ଯାହାକିଛି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରୁଛନ୍ତି ତାହା ଠାକୁରଙ୍କ କାର୍ଯ୍ୟରେ ଲାଗିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ।ମହାପ୍ରଭୁ ଙ୍କୁ ରୂପା ଶଙ୍ଖ ଦାନ କରିଥିବା ଭକ୍ତ ନଳିନୀ ପ୍ରଭା ଦାସ କହିଚନ୍ତି , ମୁଁ ପୁରୀ ଆସିଥିଲି ଶ୍ରୀ ମନ୍ଦିର ନୀଳଚକ୍ର ରେ ବାନା ଲଗାଇବା ପାଇଁ ଓ ମହାପ୍ରଭୁ ଙ୍କୁ ରୁପା ଶଙ୍ଖ ଦାନ କରିବା ପାଇଁ। ତେବେ ଆଜି ମୁଁ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଏହା ଦାନ କରିଚି।ସେ ଉଚ୍ଚା ମୟ। ତାଙ୍କରି ଇଚ୍ଛାରେ ଏହା ସବୁ ହେଇଛି। ତେବେ ସୁନା ରେ ଶଙ୍ଖ ଦେବା ପାଇଁ ଭାବିଥିଲି। ହେଲେ ତାହା ସମ୍ଭବ ନ ହେବାରୁ ଏହି ରୁପା ଶଙ୍ଖ ଦାନ କରିଚି। ଏହା କଟକ ରେ ତିଆରି ହୋଇଛି। ଏକ କିଲୋ ଛଅ ସହ ୧୯ଗ୍ରାମ ରୂପା ରେ ଏହା ତିଆରି ହୋଇଛି। ୧ ଲକ୍ଷ ୫୬ ହଜାର ଟଙ୍କା ଏଥି ପାଇଁ ଖର୍ଚ୍ଚ ହୋଇଛି। ୩୨ ହଜାର ଟଙ୍କା ତିଆରି ପାଇଁ କାରିଗର କୁ ଦିଆଯାଇଛି। ଏହା ଦାନ କରି ମୁଁ ବହୁତ୍ ଖୁସି। ଏହା ମହାପ୍ରଭୁ ସୁନା ବେଶ ରେ ଧାରଣ କରିବେ ବୋଲି ମୋର ଆଶା ରହିଛି।ରୂପା ଶଙ୍ଖ ଦାନ କରିଥିବା ନଳିନୀ ଙ୍କ ସମ୍ପର୍କୀୟ ମୃତ୍ୟୁଞ୍ଜୟ ସାହୁ କହିଚନ୍ତି, ମହାପ୍ରଭୁ ଙ୍କୁ ଏକ ରୂପା ର ଶଙ୍ଖ ଦାନ କରିବା ପାଇଁ ଅପା ଙ୍କ ଇଛା ଥିଲା। ଏଣୁ ଏହାର ତିଆରି ପରେ ଆମେ ପୁରୀ ଆସି ଏହି ରୁପା ଶଙ୍ଖ କୁ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଶ୍ରୀ ମନ୍ଦିର ପ୍ରଶାସନ ର ଦାନ କେନ୍ଦ୍ର ରେ ପ୍ରଦାନ କରିଛୁ। ଏଥି ପାଇଁ ଆମେ ବହୁତ୍ ଖୁସି। ତେବେ କଟକ ରେ ଏହି ଶଙ୍ଖ ତିଆରି କରଯାଇଥିବା ବେଳେ ଏହାକୁ ତିଆରି କରିବାକୁ 6 ମାସ ସମୟ ଲାଗିଥିଲା।ଶ୍ରୀ ମନ୍ଦିର ର ସେବାୟତ ଦଇତାପତି କୃପାସିନ୍ଧୁ ଦାସ ମହାପାତ୍ର ନିଜ ପ୍ରତିକ୍ରିୟା ରେ କହିଛନ୍ତି, ମୋର ସମ୍ବଲପୁର ରୁ ଆସିଥିବା ଜଣେ ଯଜମାନ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଏକ ରୁପା ଶଙ୍ଖ ଦାନ କରିଛନ୍ତି।ସେ ମହାପ୍ରଭୁ ଙ୍କୁ ଏକ ରୁପା ଶଙ୍ଖ ଦାନ ଦେବା ପାଇଁ ମନସ୍ଥ କରିଥିଲେ। ଯାହାକି ଆଜୀ ମହାପ୍ରଭୁ ଙ୍କ କୃପାରୁ ପୂରଣ ହୋଇଚି। ତେବେ ଏହା କିଭଳି ମହାପ୍ରଭୁ ପରିଧାନ କରିବେ ସେ ନେଇ ଆମେ ଚେଷ୍ଟା କରିବୁ।B1, ନଳିନୀ ପ୍ରଭା ଦାସ, ଭକ୍ତ (ମହିଳା)B2, ମୃତ୍ୟୁଞ୍ଜୟ ସାହୁ, ନଳିନୀ ଙ୍କ ସମ୍ପର୍କୀୟ B3, କୃପାସିନ୍ଧୁ ଦାସ ମହାପାତ୍ର, ଦଇତାପତି ସେବାୟତ (ହଳଦିଆ ଲୁଗା)ଏହାକୁ ଭିଡିଓ ଗ୍ୟାଲେରୀ ରେ ନେଇ ପାରିବେ Conclusion: